ଭୁବନେଶ୍ୱର: କ୍ରିକେଟ୍ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚ୍ଚିନ୍ ତେନ୍ଦୁଲକର ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି। କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ହକି ବିଶ୍ୱକପ୍ର ଉଦ୍ଯାପନୀ ଉତ୍ସବରେ ଯୋଗଦେବେ। ଏ ସଂପର୍କରେ ଆଜି ଖୋଦ୍ ସଚିନ୍ ଟ୍ୱିଟ୍ କରି ଜଣାଇଛନ୍ତି। ତେବେ ଏହି ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସଚିନଙ୍କ ଅଗଣିତ ଫ୍ୟାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। କ୍ରିକେଟ୍ରଙ୍କ ଏହି ଭଗବାନଙ୍କୁ ପାଖରୁ ଦେଖିବା ପାଇଁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠ ଦେଖାଦେଇଛି। ଏହା ପୂର୍ବରୁ ପୂର୍ବତନ ଭାରତୀୟ ଓପନର୍ ବୀରେନ୍ଦ୍ର ସେହବାଗ ଓ ପ୍ରଖ୍ୟାତ ଲେଗ୍ସ୍ପିନର୍ ଅନିଲ କୁମ୍ବଲେ ଓଡ଼ିଶା ଆସି ହକି ଖେଳର ମଜା ନେଇ ସାରିଛନ୍ତି। ଏବେ ସଚିନଙ୍କ ଆଗମନକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।
ଟ୍ୱିଟର୍ରେ କ’ଣ କହିଲେ ସଚିନ୍ ପଢ଼ନ୍ତୁ…