ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ଆଜି ପଶିଯାଇଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ରୂପାନୀଙ୍କ ଅନୁପସ୍ଥିତିରେ ତାଙ୍କ ଘର ଗୁଜୁରାଟରେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶିଯାଇଛନ୍ତି । ଏହାର ଅର୍ଥ ହେଉଛି ନବୀନ ଆଜି ଗୁଜୁରାଟ ଗସ୍ତରେ ଥିବା ବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓଡିଶାରେ ଆସି ପହଂଚିଛନ୍ତି । ନବୀନ ଗୁଜୁରାଟର ସୁରଟ ଠାରେ ବସବାସ କରୁଥିବା ୭ଲକ୍ଷ ଓଡିଆଙ୍କ ତରଫରୁ ଆୟୋଜିତ ଓଡିଆ ସମ୍ମିଳନୀରେ ଯୋଗ ଦେଇ ସୁଖଦୁଃଖ ବାଂଟିବାରେ ବ୍ୟସ୍ତ ଥିବା ବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରୂପାନୀ ଓଡିଶା ଆସି ରାଫେଲ ଚୁକ୍ତି ସମ୍ପର୍କରେ ସୁପି୍ରମକୋର୍ଟ ଦେଇଥିବା ରାୟ ସପକ୍ଷରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି ।
ଶ୍ରୀ ରୂପାନୀ ଭୁବନେଶ୍ୱର ଠାରେ ଏକ ତାରକା ହୋଟେଲରେ ଅନୁÂିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଫେଲ ଚୁକ୍ତି ସମ୍ପର୍କରେ ସୁପି୍ରମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ ଦେବା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ତାଙ୍କ ପଦବୀରୁ ଇସ୍ତଫା ଦେବା ଉଚିତ । ରାଫେଲ ଚୁକ୍ତି ସମ୍ପର୍କରେ କଂଗ୍ରେସ ମିଥ୍ୟା ଅଭିଯୋଗ କରି ଦେଶବାସୀଙ୍କୁ ବିଭ୍ରାନ୍ତ କରି ବିଜେପି ସରକାରକୁ ନିନ୍ଦିତ କରିବା ପାଇଁ ଯେଉଁ ଉଦ୍ୟମ କରିଛି ସେଥିପାଇଁ ରାହୁଲ ସୁପି୍ରମକୋର୍ଟ ଓ ଦେଶବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ।
Sign in
Sign in
Recover your password.
A password will be e-mailed to you.