ପୁଣି ଗଂଜାମ ରେ ଲଜ୍ୟା । ପୋଲସରା ରେ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଏବେ ଗଂଜାମର ଗୋଳନ୍ଥରା ଥାନା ନିକଟସ୍ଥ ଏକ ଗ୍ରାମରେ ଜଣେ ୧୪ବର୍ଷର ଗରିବ ଅନୁସୂଚିତ ନାବାଳିକାଙ୍କୁ ସେହି ଗ୍ରାମର ୩ ଜଣ ରାକ୍ଷସ ଯୁବକ ଅତି ଦୟନୀୟ ଭାବେ ଗଣଦୁଷ୍କର୍ମ କରିଛନ୍ତି । ସେହି ଯୁବକ ମାନଙ୍କୁ ଗୋଳନ୍ଥରା ଥାନା ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନେ ହେଲେ କନହୁ ପାତ୍ର , ସୁଦର୍ଶନ ନାୟକ ଏବଂ ତୋଫାନ ନାୟକ । ଯୁବକ ମାନେ ୧୫ ତାରିଖ ରାତି ୭ ଟା ରେ ନାବାଳିକାଙ୍କୁ ଘର ନିକଟରୁ ଉଠାଇ ନେଇ ୨୦୦ ମିଟର ଏକ ନିର୍ଜନ ସ୍ଥାନକୁ ନେଇ ପାଟିରେ ତାର ଓଢ଼ଣ୍ଣି ଦେଇ ପାଟି ଚୁପ କରାଇବା ସହ ସିଗାରେଟ ଚେଙ୍କ ଦେଇ ଜଣକ ପରେ ଜଣେ ଗଣ ଦୁଷ୍କର୍ମ କରି ଚାଲିଲେ । ପରେ ତାକୁ ଏକଲା ଛାଡି ଚମ୍ପଟ ମାରିଲେ । ପୋଲିସ କୁ କହିଲେ ମାରିଦେବୀ ବୋଲି ଧମକ ମଧ୍ୟ ଦେଇଥିଲେ । ଗରିବ ଖଟିଖିଆ ପରିବାରର ନାବାଳିକା ସାହସ ବାନ୍ଧି ଥାନାରେ ୧୬ ତାରିଖରେ FIR ଦେଲେ । ଆଜି ଉପରକ୍ତ ୩ ରାକ୍ଷସ ଯୁବକ କୋର୍ଟ ଚାଲାଣ ପରେ ଜେଲ ଗଲେ । ନିତିଦିନ ଚିରଞ୍ଜୀତ ରାଜଗୁର । ପୋଲିସ ର ସଫଳତାକୁ sallute କିନ୍ତୁ ଲୋକଙ୍କ ରାକ୍ଷସ ମାନସିକତାକୁ ଛି ଛି ଛି ଛି ।