ପୁରୀ: ଦିନ ଦ୍ବିପହରେ ଘରେ ପଶି ମହିଳାଙ୍କୁ ନିର୍ମମଭାବେ ହତ୍ୟା କରାଯାଇଛି । ପୁରୀ ରେଲୱେ କଲୋନୀରେ କ୍ବାର୍ଟରରେ ହତ୍ୟା କାଣ୍ଡ ଘଟିଛି । ଚାଣକ୍ୟ ବିଏନଆର ହୋଟେଲରଠିକ ପଛପଟେ ଥିବା ରେଲୱେ କଲୋନୀର ସି-୭୫ ନମ୍ବର କ୍ବାଟରରେ ହତ୍ୟାଣ୍ଡ ଘଟିଛି । ରେଲୱେ ହସପିଟାଲରଡାକ୍ତର ଏସ. କେ. ସାହୁଙ୍କ ପତ୍ନୀ କ୍ବାଟରରେ ଏକୁଟିଆ ଥିବାବେଳେ ଦୁର୍ବୃତ୍ତମାନେ ଗଳାକାଟି ହତ୍ୟାକରିଛନ୍ତି । ମୃତ ମହିଳା ହେଲେ ସୁଜାତା ସାହୁ । ତାଙ୍କ ବୟସ ପାଖାପାଖି୪୦ ହେବ ।
ସ୍ବାମୀ ହସପିଟାଲକୁ ପଳେଇଥିବାବେଳେ ଜାଭିଅରସ୍କୁଲରେ ୯ମ ଶ୍ରେଣୀରେ ପଢୁଥିବା ଏକମାତ୍ର ପୁଅ ସ୍କୁଲ ପଳେଇଥିଲେ । ସୁଜାତା ଘରେ ଏକାକୀ ଥିଲେ ।କିଏ ଓ କାହିଁକି ଏଭଳି ହତ୍ୟା ଘଟାଇଛି ତାହା ଏଯାଏଁ ଜଣାପଡି ନାହିଁ । ଘଟଣାସ୍ଥଳରେ ପହଞ୍ଚି ପୁରୀସିଟି ଡିଏସ୍ପି ଓ ସାଇଣ୍ଟିଫିକ ଟିମ ତଦନ୍ତ ଚଳାଇଛନ୍ତି ।
ଖବର ନେବାରେ ଜଣାପଡିଛି ଯେ, ଡାକ୍ତର ଏସ.କେ ସାହୁଙ୍କ ଘର ବାରିପଦାରେ । ସେ ଗତ ୭ ବର୍ଷ ହେଲା ପୁରୀ ରେଲୱେ ଡାକ୍ତର ଖାନାରେ ଅଛନ୍ତି । ସପରିବାରରେଲୱେ କଲୋନିର କ୍ବାଟରରେ ରହିଆସୁଛନ୍ତି । ଖବର ପାଇବା ପରେ ଡାକ୍ତର ସାହୁ ଓ ତାଙ୍କ ପୁ୍ଅ ସ୍କୁଲରୁଆସି ଘଟଣା ସ୍ଥଳରେ ପହଢ୍ଚିଛନ୍ତି । ପ୍ରାଥମିକ ତଦନ୍ତରୁ କାହା ସହିତ କୌଣସି ପୂର୍ବ ଶତ୍ରୁତା ନଥିବାଜଣାପଡିଛି । ସମ୍ଭବତଃ କେହି ଲୁଟ କରିବା ପାଇଁ ଉଦ୍ୟମ କରି ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି ଆଶଂକାକରାଯାଉଛି ।
ଡ୍ରଇଁ ରୁମରେ ସୁଜାତାଙ୍କ ରକ୍ତ ଜୁଡୁବୁଡୁମୃତ ଶରୀର ମୁହଁମାଡି ପଡିଥିବାବେଳେ ଟିଭି ଚାଲୁ ରହିଛି । ସମ୍ଭବତଃ ସୁଜାତା ଟିଭି ଦେଖୁଥିବାବେଳେତାଙ୍କ ଉପରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଘରର ଆସବାବ ପତ୍ର ଠିକଠାକ ରହିଥିବାରୁ ପୋଲିସହତ୍ୟାକାଣ୍ଡର କାରଣ ନେଇ ଦ୍ବନ୍ଦ୍ବରେ ପଡିଛି । ଦିନ ଦିପହରେ କଲୋନୀ ଭିତରେ ପଶି ଏମିତି ହତ୍ୟାକାଣ୍ଡଘଟାଇବା ନେଇ ପୁରୀରେ ଚାଞ୍ଚଲ୍ୟ ଖେଳିଯାଇଛି ।