Odia News Portal

ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା, ଅନଲାଇନ ଆବେଦନ ଆରମ୍ଭ

ଅଖିଳ ଭାରତୀୟ ସୈନିକ ସ୍କୁଲ ପରୀକ୍ଷା ୨୦୨୨ ପାଇଁ ୨୭ ସେପ୍ଟେମ୍ବରରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି । ସୈନିକ ସ୍କୁଲ ଭୁବନେଶ୍ୱରରେ ଷଷ୍ଠ ଶ୍ରେଣୀ ପାଇଁ ଉଭୟ ବାଳକ ଓ ବାଳିକା ମାନଙ୍କ ଆଡମିଶନ ହେବ । ଆବେଦନ କରିବାର ଶେଷ ତାରିଖ ୨୬ ଅକ୍ଟୋବର ରହିଛି । ପ୍ରବେଶିକା ପରୀକ୍ଷା ୯ ଜାନୁଆରୀ ୨୦୨୨ରେ ଅନୁଷ୍ଠିତ ହେବ । ସୈନିକ ସ୍କୁଲ ଭୁବନେଶ୍ୱର ପ୍ରିନ୍ସପାଲ ଗ୍ରୁଫ କ୍ୟାପଟେନ ଏସ୍ ଡୋମିନିକ୍ ରୟାନ ଏହି ସୂଚନା ଦେଇଛନ୍ତି ।