Odia News Portal

୫ହଜାର ଟଙ୍କା ଲାଞ୍ଚ ନେଇ ଫଶିଗଲେ ସିଡିଏମ୍‌ଓ

ଝାରସୁଗୁଡ଼ା: ୫ ହଜାର ଟଙ୍କା ଲାଞ୍ଚ ନେଇ ଫଶିଗଲେ ସିଡିଏମ୍‌ଓ । ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଷାରାଣୀ ଦାସ। ଠିକାଦାରଙ୍କ ବିଲ୍‌ ପାସ୍‌ କରାଇଦେବା ପାଇଁ ଉଷାରାଣୀ ଦେବାନନ୍ଦଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଦେବାନନ୍ଦ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଉଷାରାଣୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି। ଉ ଷାରାଣୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି।