କ୍ରିକେଟର ବିରାଟ କୋହଲିଙ୍କୁ କିଛି ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । କାହିଁକିନା ସେ ଫ୍ୟାନଙ୍କୁ ଭାରତ ଛାଡି ଚାଲିଯିବାକୁ କହିଥିଲେ । ବିରାଟ ଏହି କଥା ଏକ ପ୍ରମୋଶନାଲ ଭିଡିଓରେ କହିଥିଲେ । ସେ କହିଥିଲେ କି, ଯଦି ତାଙ୍କୁ ଭାରତୀୟ ଖେଳାଳୀଙ୍କ ତୁଳନାରେ ବିଦେଶୀ ଓ ଅଷ୍ଟ୍ରେଲୀୟ କ୍ରିକେଟର ଅଧିକ ପସନ୍ଦ ତେବେ ସେ ଭାରତ ଛାଡି ଚାଲିଯାଆନ୍ତୁ । ସୋସିଆଲ ମିଡିଆରେ ଲୋକଙ୍କ ଆଲୋଚନା ପରେ ଏବେ ଅଭିନେତା ନସିରୁଦ୍ଦିନ ଶାହ ମଧ୍ୟ ବିରାଟ କୋହଲିଙ୍କ ଉପରେ ବର୍ଷିଛନ୍ତି ।
ନସିରୁଦ୍ଦିନ ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି କି, “ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ଖେଳାଳୀ ହିଁ ନୁହଁନ୍ତି ବରଂ ଦୁନିଆର ସବୁଠାରୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଖେଳାଳି ମଧ୍ୟ ।” ବଲିଉଡର ବିଶିଷ୍ଟ ଅଭିନେତା ନସିରୁଦ୍ଦିନ ଶାହ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରିଛନ୍ତି । ତାଙ୍କ କ୍ରିକେଟିଙ୍ଗ କ୍ଷମତା ଅହଂଭାବ ଓ ଖରାପ ବ୍ୟବହାର ଆଗରେ ଫିକା ପଡିଯାଉଛି । ତେବେ ମୋ ଉଦ୍ଦେଶ୍ୟ ଦେଶ ଛାଡିବା ନୁହେ ାଁ
ସଂପୃକ୍ତ ଫ୍ୟାନ କୋହଲିଙ୍କୁ ପ୍ରଶ୍ନ କରିଥିଲେ ସେ ଭାରତୀୟ ଖେଳାଳିଙ୍କ ଅପେକ୍ଷା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପସନ୍ଦ କରନ୍ତି । ଆଉ ଏହି ପ୍ରଶ୍ନରେ ରାଗିଯାଇଥିଲେ କୋହଲି । ଅଷ୍ଟ୍ରେଲିଆ ଦଳ ଅଧିନାୟକ ଟିମ୍ ପେନଙ୍କ ସହ କୋହଲି ଚଳିତ ପର୍ଥ ଟେଷ୍ଟରେ ବାକ୍ୟ ବିନିମୟ ବାବଦରେ ପଡିବା ଫଳରେ ନସିରୁଦ୍ଦିନ ଏଭଳି ମନ୍ତବ୍ୟ ଦେଇଛନ୍ତି । କୋହଲିଙ୍କୁ ପ୍ରଂଶସକଙ୍କ ସମର୍ଥନ ମିଳିଛି । ସେମାନେ ନସିରୁଦ୍ଦିନଙ୍କୁ ଗାଳି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.