Odia News Portal

ସମ୍ଭାବ୍ୟ ବାତ୍ୟାକୁ ନେଇ ୯୫ଟି ମେଲ ଓ ଏକ୍ଲପ୍ରେସ ବାତିଲ


ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ । ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଠିରେ ରଖି ୩ ଓ ୪ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ରେଳବାଇ କର୍ତୁପକ୍ଷ କହିଛନ୍ତି । ବାତ୍ୟା ଜୱାଦ ୪ ତାରିଖ ସକାଳୁ ଦକ୍ଷିଣ ଓଡିଶା ଓ ଉତର ଆନ୍ଧ୍ର ମଝି୍େର ଉପକୂଳ ଛୁଇଁବାର ସମ୍ଭାବନା ତିବା ପାଣିପାଗ ବିଭାଗ କହିଛି । ୩ ତାରିଖରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ବାବନା ମଧ୍ୟ ରହିଛି ।