Odia News Portal

ରାଜ୍ୟରେ ୧୦୦ ଟପିଲା ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା

ଦିନକୁ ଦିନ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ରାଜ୍ୟରେ ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଓଡିଶାରେ ୧୦୦ ଟପିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଗଲା ।
ସୂଚନାଯେଗ୍ୟ ଆଜି ରାଜ୍ୟରେ ପୁଣି କରୋନାର ଆତଙ୍କ । ୬ ପ୍ରତିଶତ ଉପରେ ପଜିଟିଭିଟି ରେଟ୍ । ୨୪ ଘଣ୍ଟାରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ସଂକ୍ରମିତ ହୋଇଥିଲେ ୪ ହଜାର ୭୧୪ । ଗତକାଲିର ପଜିଟିଭିଟି ରେଟ୍ ଥିଲା ୫.୧୫ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍ ରହିଛି ୬.୪୯ ପ୍ରତିଶତ ।
ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ନୂଆ କେସ ରହିଛି ।