Odia News Portal

ପୁଣି ରାଜଧାନୀରେ ଯୁବତୀଙ୍କୁ ହତ୍ୟା

ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଘଟିଛି ଏହି ହତ୍ୟାକାଣ୍ଡ । ରବିବାର ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ହତ୍ୟା ହୋଇଥିବା ଯୁବତୀଙ୍କ ନାମସୁରେଖା ପଲେଇ । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ସୂଚନାନୁସାରେ ତାରିଣୀ ବସ୍ତିରେ ରହୁଥିବା ସମୟରେ ସାମ୍ନାରେ ରହୁଥିବା ଜଣେ ଯୁବକଙ୍କ ସହ ଉକ୍ତ ମହିଳାଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା । ଦୁହେଁ ଅଲଗା ଅଲଗା ଘର ଭଡା ନେଇଥିଲେ ମଧ୍ୟ ଏକାଠି ରହୁଥିଲେ । ବିବାହ କୁ ନେଇ ସ୍ୱପ୍ନ ଦେଖିଥିଲେ । ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ ଚାରିଜଣ ଘର ନିକଟରେ ଭୋଜିଭାତ କରିଥିଲେ ଓ ନିଶାର ବଶବର୍ତ୍ତୀ ହୋଇ ଯୁବତୀ ଜଣଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ସେପଟେ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ଛାନଭିନ୍ ଚଳାଇଛି ।