Odia News Portal

ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇ ଗୁରୁତର

ଜଗତସିଂହପୁର: ଜିଲ୍ଲା ସଦର ଥାନା କଣ୍ଟାପଡା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅଘଟଣ । ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆହତ କଣ୍ଟାପଡା ଗାଁର ଚକ୍ରଧର ସ୍ୱାଇଁ । ଜମିବାଡ଼ିକୁ ନେଇ ଚକ୍ରଧର ଓ ତାଙ୍କର ସାନ ଭାଇ ଠୁକୁରା ସ୍ୱାଇଁଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା । ଏହି ଘଟଣାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହେବା ସହ ସାନଭାଇ ଠୁକୁରା ଏଥିରେ ଉତକ୍ଷିପ୍ତ ହୋଇ ଏକ ଭୁଜାଲି ସାହାଯ୍ୟରେ ବଡ଼ ଭାଇ ଚକ୍ରଧରଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ଡାହାଣ ହାତ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି । ଅଭିଯୋଗ ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିକୁକ୍ତ ଫେରାର ହୋଇ ଯାଇଛି ।