ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରା ମାଡ଼। ଏଭଳି ଅଘଟଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର NAC ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ। ୧୬ ନମ୍ବର ବୁଥ୍ ସାମ୍ନାରେ ହିଁ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି।
ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଏଭଳି ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି। ତେବେ ଗୁରୁତର ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପଟେ ଛୁରା ମାଡ଼ ଘଟଣାରେ ସ୍ଥାନୀୟ ଲୋକଙ୍କ ସହ ପରିବାର ଲୋକେ ପ୍ରତିବାଦରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି।
