Odia News Portal

ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ

ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ। ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ଟି ବୁଥ୍‌ରେ ଭୋଟଗ୍ରହଣ ହେବ। ଗୋଟିଏ ସ୍କୁଲରେ ୨ଟି ବୁଥ୍‌ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଗତକାଲି ଭଦ୍ରକ ପୌର ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବାବେଳେ ୨୪ ନମ୍ବର ୱାର୍ଡରେ ହୋଇଥିବା ୬୫ ଓ ୬୬ ନମ୍ବର ବୁଥ୍‌ରେ ଭୋଟ ରିଗିଙ୍ଗ ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ କେତେକ ବ୍ୟକ୍ତି ବୁଥ୍‌ରେ ପଶି EVMକୁ ଭାଙ୍ଗି ଦେଇଥିଲେ। ତେଣୁ ସେଠାରେ ସାନି ମତଦାନ ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ।