Odia News Portal

ଭାଣିଜୀକୁ ଅସଦାଚରଣ କରି ଜେଲ ଗଲେ ମାମୁଁ

ଭାଣିଜୀକୁ ଅସଦାଚରଣ କରିବା ଅଭିଯୋଗରେ ମାମୁଙ୍କୁୁ ଶୁକ୍ରବାର ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାମୁ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନ ଉମାଗଡ ଗ୍ରାମର ଆଶୀଷ କୁମାର କଅଁର(୨୯) । କୋର୍ଟରେ ଆଶିଷଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ ଉଭୟ ମାମୁ ଏବଂ ତାଙ୍କ ଭାଣିଜୀ ଅବିବାହିତ । ଦୁହେଁ ଗାଁରୁ ଆସି ଘରୋଇ ସଂସ୍ଥାରେ କାର୍ଯ୍ୟ କରିବା ସହ ଧଉଳି ଥାନା ଅଧୀନ ଦିବ୍ୟନଗର ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । ଗତ ୨୫ ତାରିଖରେ ଆଶିଷ ପ୍ରଥମେ ଅସଦାଚରଣ ଉଦ୍ୟମ କରିଥିଲେ । ଭାଣିଜୀ ପ୍ରତିବାଦ କରିଥିଲେ । ପୁନଶ୍ଚ ୩୦ ତାରିଖ ରାତିରେ ମାମୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏସଂପର୍କରେ ଭାଣିଜୀ ଗତକାଲି ଧଉଳି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୁଲିସ ଆଶିଷକୁ ଗିରଫ କରିଥିଲା ।