Odia News Portal

ବଜ୍ରକାପ୍ତା କାତି ଚାଲାଣ: ଜଣେ ଗିରଫ

ବ୍ରହ୍ମପୁର: ବଜ୍ରକାପ୍ତା କାତି ଚାଲାଣ ଓ ଶିକାରୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ୍‌ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଜମସେଦ। ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଛି। ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଶିକାରୀଙ୍କ ସହିତ ମହମ୍ମଦଙ୍କର ଭଲ ଲିଙ୍କ୍ ଥିବା ଜଣା ପଡ଼ିଛି। ଏମାନଙ୍କ ସହାୟତାରେ ଜମସେଦ ମିଆଁମାର ଓ ଚୀନକୁ ବଜ୍ରକାପ୍ତା ଚାଲାଣ କରୁଥିଲା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବି ତା ନାଁରେ ମାମଲା ଅଛି। ତେଣୁ ଜମସେଦକୁ ରିମାଣ୍ଡରେ ଆଣି ପଚରା ଉଚରା କରିବ ଏସ୍‌ଟିଏଫ୍।