Odia News Portal

କାଲିଠୁ ଖୋଲିବ ରାଜଭବନ

ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଏହି ଉଦ୍ୟାନ ଜନସାଧାରଣ ପରିଦର୍ଶନ କରିପାରିବେ। ତେବେ ଉଦ୍ୟାନ ମଧ୍ୟକୁ ଅପରାହ୍ଣ ୪ଟା ୩୦ ମଧ୍ୟରେ ପ୍ରବେଶ କରିବାକୁ ସୁଯୋଗ ମିଳିବ। ଏହା ୨୦ ତାରିଖ ପର୍ୟ୍ୟନ୍ତ ଖୋଲା ରହିବ। ତେବେ ପରିଦର୍ଶନ ସମୟରେ ରାଜଭବନ ପରିସରକୁ ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ବଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।