Odia News Portal

ଲାଞ୍ଚ ନେଇ ଧରାପଡିଲେ ବିଜେଶ୍ୱର ପଣ୍ଡା

ନୂଆପଡା : ଭିଜିଲାନ୍ସ ଜାଲରେ ଖଡିଆଳ ଥାନାର ପୋଲିସ ଏଏସ୍‌ଆଇ। ଏଏସ୍‌ଆଇ ବିଜେଶ୍ୱର ପଣ୍ଡା ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କେସ୍ ରଫାଦଫା କରିବାକୁ ଖଡିଆଳ କୁଅଁରପଡ଼ାର ଯୁବକ ଫକୀର ଆଲିଏସ୍‌ ଭବାନୀଶଙ୍କର ଅଦାଙ୍କୁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଭବାନୀଶଙ୍କର ଏନେଇ ଜୟପୁର ଭିଜିଲାନ୍ସ ବିଭାଗ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଭବାନୀଶଙ୍କରଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ୍‌ ମହାନନ୍ଦ ଓ ନୂଆପଡ଼ା ଭିଜିଲାନ୍ସ ଇନିସ୍ପେକ୍ଟର ଶିବରାମ ସାହୁ ମିଳିତ ଭାବେ ଚଢାଉ କରି ବିଜେଶ୍ୱର ପଣ୍ଡାଙ୍କୁ ଗିରଫ କରିଛନ୍ତି। ଖଡିଆଳ ଥାନା ପରିସରରେ ଥିବା ସରକାରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଗିରଫ ଏଏସ୍‌ଆଇ ବିଜେଶ୍ୱର ପଣ୍ଡାଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।