Odia News Portal

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ଭଲ ଖବର

ଗତ ୧୫ ଦିନ ହେବ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଜୁ । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ ସୂଚନା ଦେଇଛନ୍ତି । ଜିମରେ ହୃଦଘାତର ଶିକାର ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ରଖାଯାଇ ଏକ ଡାକ୍ତରୀ ଟିମ୍ ଅବଜରଭେସନରେ ରଖିଥିଲେ । ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଶଂସକ ତଥା ପରିବାର ବର୍ଗ ପୂଜାର୍ଚ୍ଚନା କରିଥିଲେ । ରାଜୁଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାରକୁ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ