ସିଡନୀ: ସିଡନୀ ଠାରେ ଖେଳା ଯାଉଥିବାି ଭାରତ ଓ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଲାଗିଛି। ଭାରତର ନିର୍ଭରଯୋଗ୍ୟେ ବୋଲର ଭୁବନେଶ୍ୱର କୁମାର ଅଧିନାୟକ ଫିଞ୍ଚଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ଫିଞ୍ଚ ମାତ୍ର ୬ ରନ୍ କରି ବ୍ୟାଟିଂ କରୁଥିବା ବେଳେ ଖେଳର ତୃତୀୟ ଓଭରରେ ଭୁବନେଶ୍ୱର କୁମାରଙ୍କ ଏକ ଇନ୍ସ୍ଵିଙ୍ଗରକୁ ଠିକ୍ ଭାବେ ବୁଝି ନ ପାରି ଅତି ଶସ୍ତାରେ ନିଜ ଓ୍ଵିକେଟ ହରାଇପାଭିଲିିୟନ ଫେରିଛନ୍ତି।
ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଉଭୟ ଦଳ ଏହି ଶୃଙ୍ଖଳାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି। ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଦୃଢ଼ ମନୋବଳରେ ଥିବା ଭ୍ରମଣକାରୀ ଭାରତୀୟ ଦଳ ଦିନିକିଆ ଶୃଙ୍ଖଳା ଜିତି ବିଶ୍ୱକପ୍ ପୂର୍ବରୁ ମନୋବଳକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ରହିଛି। ତେବେ ଭାରତର ଲମ୍ବା ଗସ୍ତସୂଚୀ ମଧ୍ୟରେ ଘରୋଇ ଦଳ ୩ ମ୍ୟାଚ୍ ବିଶିଷ୍ଟ ଟେ୍ଵଣ୍ଟି-୨୦କୁ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ହାରିବାରୁ ବର୍ତିଯାଇଥିଲା।ସେହିପରି ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ୧-୨ରେ ହାରିଯାଇଥିଲା ବେଳେ ଶେଷ ଟେଷ୍ଟରେ ମଧ୍ୟ ବର୍ଷା ଭାରତଠୁ ବିଜୟ ଛଡ଼ାଇ ନେଇଥିଲା। ତେବେ ପୁରୁଣା ପରାଜୟକୁ ଭୁଲି ଅଷ୍ଟ୍ରେଲିଆ ପୁଣି ଥରେ ନୂଆ ଉତ୍ସାହ ସହିତ ଦିନିକିଆ ଫର୍ମାଟରେ ମୈଦାନକୁ ଓହ୍ଲାଇଛି।
Sign in
Sign in
Recover your password.
A password will be e-mailed to you.
