Odia News Portal

ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ଗୁଡି

ପୁରୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକଳାରେ ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତି ପାଇଁ ଶୁଭେଛାର ବାର୍ତ୍ତା ଜଣାଇଛନ୍ତି। ଏହି ଅବସରରେ ଗୁଡି ଉଡାଇବାର ପରମ୍ପରା ଥିବାରୁ ବାଲୁକାରେ ଗୁଡି ଉଡାଇବା ଚିତ୍ର ଦର୍ଶାଯାଇଛି। ବାଲୁକାକଳା ଦେଖିବା ପାଇଁ ବେଳାଭୂମିରେ ଦର୍ଶକଙ୍କ ଭିଡ ଜମିଛି।