ଘଟ ପରିବର୍ତନ ଏକ ଗୁପ୍ତ ନୀତି ହୋଇଥିବାବେଳେ ଏଥିରେ ଦଇତାପତିଙ୍କ ଖାମଖିଆଲି ମନୋଭାବ ସାମ୍ନାକୁ ଆସିଥିଲା । ଏହା ବିଳମ୍ବରେ ହୋଇଥିଲା । ଏ ନେଇ ପୁଣି ଥରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ୨୦୧୮ ନଭେମ୍ବରରେ ୧୦ ଜଣ ସେବାୟତଙ୍କୁ କୈଫିୟତ ମଗାଯାଇଥିଲା । ତେବେ କେବଳ ଜଣେ ସେବାୟତଙ୍କ ଠାରୁ ସନ୍ତୋଷଜନକ ଉତର ମିଳିଥିଲା । କିନ୍ତୁ ଅନ୍ୟ ସେବାୟତମାନଙ୍କ ଠାରୁ ସନ୍ତୋଷଜନକ ଉତର ମିଳି ପାରି ନ ଥିଲା ।
ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଉତର ରଖିବାକୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ନୋଟିସରେ କୁହାଯାଇଛି କି, ସେବାୟତଙ୍କ ଅବହେଳାରୁ ଘଟ ପରିବର୍ତନରେ ବିଳମ୍ବ ହୋଇଥିଲା । ଏହି ଗୁପ୍ତସେବାରେ ନିୟୋଜିତ ହୋଇଥିବା ସେବାୟତମାନେ ଶୃଂଖଳା ଭଂଗ କରିଥିଲେ । ମାତ୍ର ଦୋଷ ମାନି ନ ଥିବାରୁ ପୁଣି ଥରେ ସେମାନଙ୍କୁ ନୋଟିସ ପଠାଯାଇଛି । ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ଏଥିରେ କୁହାଯାଇଥିବା ସୂଚନା ଦେଇଛନ୍ତି ମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।
