ବେଗୁନିଆ: ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ଏହି ମକର ସଂକ୍ରାନ୍ତି ସମଗ୍ର ଦେଶରେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ। ଓଡ଼ିିଶାରେ ମଧ୍ୟ ଆଞ୍ଚଳିକ ଭାବେ ଏହାର ଭିନ୍ନ ଭିନ୍ନ ମହତ୍ୱ ରହିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିଠାରେ ହେଉଥିବା ମକର ମେଳା ନିଆରା ଓ ଏହାର ସ୍ୱତନ୍ତ୍ର ଆକର୍ଷଣ କରିଛି। ବିଶ୍ୱାସ ଓ ପରମ୍ପରାର ଫେଣ୍ଟାଫେଣ୍ଟିି ରୂପ ଦେଖିବାକୁ ମିଳେ ଅଟ୍ରି ସ୍ଥିତ ଶ୍ରୀଶ୍ରୀ ଏକାଦଶ ରୁଦ୍ର ହଟକେଶ୍ୱର ପୀଠ ଓ ଅଟ୍ରି ଉଷ୍ମ ପ୍ରସ୍ରବଣରେ। ସନ୍ତାନ ଆଶାୟୀ ମହିଳାମନେ ଅଟି ଉଷ୍ମ ପ୍ରସ୍ରବଣରେ ସ୍ନାନ କରି ଗୁଆ ପାଇବା ପରେ ହଟକେଶ୍ୱର ମନ୍ଦିର ଯାଇ ଏକାଦଶ ରୁଦ୍ରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରନ୍ତି। ଏହା ପରେ ସେମାନଙ୍କର ମାନସିକ ପୂରଣ ହେଉଥିବାର କଥା ବିଶ୍ୱାସ ରହିଛି। ଆଉ ଏଥିପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତିର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଅଟ୍ରିି ଉଷ୍ମ ପ୍ରସ୍ରବଣ ନିକଟରେ ପ୍ରସ୍ତୁତ ମାନସିକ କୁଣ୍ଡରେ ସନ୍ତାନ ଆଶାୟୀ ମହିଳାମାନେ ପଙ୍କ କାଦୁଅ ଭିତରୁ ମାନସିକ ଗୁଆ ଖୋଜିଥାନ୍ତି।
ଆଜି ପାହାନ୍ତାରୁ ୧୫ରୁ ଊର୍ଧ୍ଧ ମହିଳା ଅଟ୍ରି ମାନସିକ କୁଣ୍ଡରେ ଗୁଆ ଖୋଜିଛନ୍ତି। ବ୍ରାହ୍ମ୍ମଣମାନଙ୍କ ମନ୍ତ୍ରପାଠ ସହିତ ମାନସିକ ଧାରିଣୀ ମହିଳା ପ୍ରଚଣ୍ଡ ଶୀତରେ ‘କୁଆ କୁଣ୍ଡ’ ନାମରେ ନାମିତ ଏହି ମାନସିକ କୁଣ୍ଡର ପାଣି ଭିତରେ ପଶି ଗୁଆ ଖୋଜିଛନ୍ତି।
Sign in
Sign in
Recover your password.
A password will be e-mailed to you.
