Odia News Portal

ପୁଣି ୭୦ ଟଙ୍କା ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ବେଶ୍‌ କିଛି ଦିନ ନିମ୍ନ ଗତି ପରେ ଗତ ପାଞ୍ଚ ଦିନ ହେଲା ଉପରମୁହାଁ ହୋଇଛି ତୈଳ ଦର । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୩୮ ପଇସା ବଢ଼ି ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ୧୩ ପଇସା ହୋଇଥିବା ବେଳେ ଡିଜେଲ ଦର ୪୯ ପଇସାରୁ ୫୨ ପଇସାକୁ ବଢ଼ି ୭୫ ଟଙ୍କା ୭୭ ପଇସା ହୋଇଛି ।
ଅବଶ୍ୟ ଆମ ରାଜ୍ୟ ରାଜଧାନୀ ଭୁବନେଶ୍ୱରେ ଦର ଟିକେ କମ୍‌ ରହିଛି । ପେଟ୍ରୋଲ ମୂଲ୍ୟ ୭୦ରେ ପହଞ୍ଚି ନାହିଁ । ଗତକାଲି ତୁଳନାରେ ଆଜି ୩୮ ପଇସା ବଢ଼ିଛି । ଆଜି ପେଟ୍ରୋଲ ଲିଟର ପିଛା ଦର ରହିଛି ୬୯ ଟଙ୍କା ୧୭ ପଇସା । ସେହିପରି ଡିଜେଲ ମୂଲ୍ୟ ଲିଟର ପିଛା ହୋଇଛି ୬୮ ଟଙ୍କା ୮୪ ପଇସା । ରାଜ୍ୟ ବାହାରେ ଦିଲ୍ଲୀ ଭଳି ସ୍ଥାନରେ ପେଟ୍ରୋଲ ଅପେକ୍ଷା ଡିଜେଲ ଦର ଅଧିକ ରହିଛି ।
ଗତ ଜାନୁଆରୀ ୧୦ ତାରିଖରୁ ତୈଳ ଦର ବଢ଼ି ବଢ଼ି ଚାଲିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁଁ ଏହାର ପ୍ରଭାବରେ ଦେଶରେ ଡିଜେଲ ଓ ପେଟ୍ରୋଲ ଦର ବଢ଼ିଥିବା ସୂଚନା ମିଳିଛି ।