ମାଲକାନଗିରି : ଆଜି ମାଲକାନଗିରି ପୋଲିସ ଏବଂ ବିଏସଏଫ କୁ ମିଳିଛି ଏକ ବଡ ସଫଳତା । ଦେବେ ମାଢି( ଶାନ୍ତି ) ନାମକ ଏକ ହାର୍ଡକୋର ମହିଳା ମାଓବାଦୀ ଆଜି ଆତ୍ମୋସମର୍ପଣ କରିଛନ୍ତି । ସେ ୨୦୦୮ ମସିହାରୁ ମାଓ ସଂଘଠନରେ ଜୋଗଦେଇ ଜିଲ୍ଲାର ଅନେକ ମାଓ ହିଂକ୍ସାକାଣ୍ଡରେ ଜଡିତ ଥିଲେ । ପ୍ରଥମେ କାଲିମେଳା ଦଳମ ଏବଂ ପରବର୍ତୀ ସମୟରେ କୁଡୁମୁଲୁଗୁମ୍ମା ଦଳମର ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ । ମାଓ ସଂଘଠନର ହାତ ଛାଡିବାର ମୁଖ୍ୟ କାରଣ ସ୍ୱାଭିମାନ ଅଂଚଳର ବିକାଶମୂଳକ କାର୍ଯ୍ୟ ଯେପରି ଗୁରୁପ୍ରିୟା ସେତୁ , ପୋଲିସ ବିଏସଏଫ ମିଳିତ ଅପେରସନ ଜୋଗୁ ମାଓ ଗତିବିଧି ହ୍ରାସ ପାଇବା ଏବଂ ମୁଖ୍ୟତ ମାଓ ଦଳରେ ମହିଳା କର୍ମୀଙ୍କୁ ଅତ୍ୟାଚାର କରାଯାଉଥିବା ହେତୁ ମାଓ ସଂଘଠନ ଛାଡିଥିବା ଦେବେ ମାଡି କହିଛନ୍ତି । ଦେବେଙ୍କୁ ସରକାର ୪ ଲକ୍ଷର ପୁରଷ୍କାର ରାଶି ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନିୟମ ଅନୁଯାଇ ଥଇଥାନ କରାଯିବ ବୋଲି ଏସ୍ପି ଜଗମୋହନ ମିନା ସାମ୍ବାଦିକ ସମ୍ଭିଳନିରେ ସୂଚନା ଦେଇଛନ୍ତି ।
