Odia News Portal

ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

ଅର୍ଚ୍ଚନା ନାଗ ଘଟଣାରେ ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର । ଏମିତି ପୋଲିସ ଡିଜି କେବେ ଦେଖି ନ ଥିଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର । ୱାନ ଅଫ୍ ଦ ମୋଷ୍ଟ ଡରମାଣ୍ଟ ଡିଜି ବୋଲି କହିଲେ ନରସିଂହ ମିଶ୍ର । ବର୍ତ୍ତମାନର ଡିଜି ବିଧାୟକମାନଙ୍କ ଫୋନ୍ ରିସିଭ୍ କରନ୍ତି ନାହିଁ । ରାଜ୍ୟରେ ଆଇନର ଶାସନ ନାହିଁ , ଜଙ୍ଗଲି ଶାସନ ଚାଲିଛି । ଅର୍ଚ୍ଚନା ମାମଲାରେ ତଦନ୍ତ ଗତି ନେଇ ଲୋକେ ଜାଣିବାର ଆବଶ୍ୟକତା ଅଛି । ରାଜ୍ୟରେ ପୋଲିସ ନାହିଁ ବୋଲି ମୁଁ ଅନୁଭବ କରୁଛି ବୋଲି କହିଛନ୍ତି ନରସିଂହ ମିଶ୍ର ।