ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା । ଧାମନଗର ଉପନିର୍ବାଚନରେ କିଏ କରିବେ ବାଜିମାତ୍ । ପ୍ରଥମ ରାଉଣ୍ଡରୁ ହିଁ ଲିଡ୍ କରୁଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୨୦୦ ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୩୧,୧୦୮ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୨୫,୯୦୮। ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୧୦୦୭ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ୪୯୭୩ ଭୋଟ ପାଇଛନ୍ତି ।
ଷଷ୍ଠ ରାଉଣ୍ଡ
- ବିଜେପି- ୨୭,୧୬୦
- ବିଜେଡି- ୨୨,୭୬୮
- କଂଗ୍ରେସ- ୭୧୯
- ସ୍ବାଧୀନ ପ୍ରାର୍ଥୀ-୪୮୫୮
ଷଷ୍ଠ ରାଉଣ୍ଡରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ ୪୩୯୨ ଭୋଟରେ ଆଗୁଆ ଥିଲେ
ପଞ୍ଚମ ରାଉଣ୍ଡ
- ବିଜେପି- ୨୨,୪୯୫
- ବିଜେଡି- ୧୮,୯୨୩
- କଂଗ୍ରେସ- ୫୫୭
- ସ୍ବାଧୀନ ପ୍ରାର୍ଥୀ-୩୩୮୯
ପଞ୍ଚମ ରାଉଣ୍ଡରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ ୩୫୭୨ ଭୋଟରେ ଆଗୁଆ ଥିଲେ
ଚତୁର୍ଥ ରାଉଣ୍ଡ
- ବିଜେପି- ୧୮୧୮୧
- ବିଜେଡି- ୧୪୯୨୦
- କଂଗ୍ରେସ- ୫୫୭
- ସ୍ବାଧୀନ ପ୍ରାର୍ଥୀ-୨୩୬୨
ଚତୁର୍ଥ ରାଉଣ୍ଡରେ ବିଜେପି ୩୨୬୧ ଭୋଟରେ ଆଗୁଆ ଥିଲା
ତୃତୀୟ ରାଉଣ୍ଡ
- ବିଜେପି- ୧୨୮୯୨
- ବିଜେଡି- ୧୦୮୫୯
- କଂଗ୍ରେସ- ୪୨୭
- ସ୍ବାଧୀନ ପ୍ରାର୍ଥୀ-୧୦୯୪
ତୃତୀୟ ରାଉଣ୍ଡରେ ବିଜେପି ୨୦୩୩ ଖଣ୍ଡର ଭୋଟରେ ଆଗୁଆ ଥିଲା