Odia News Portal

ମୋ ସ୍କୁଲ ଅଭିଯାନ ଯୋଜନାରେ ସହାୟତାର ହାତ ବଢାଇଲେ ପୂର୍ବତନ ଛାତ୍ର

ବ୍ରହ୍ମପୁର ମେଡିକାଲ କେମ୍ପସ ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟ ସମ୍ମାନିତ ଅତିଥି ଭାବେ ବିଡିଏ ଅଧକ୍ଷ ସୁବାସ ମହାରଣା ଓ ମେଡିକାଲ କଲେଜ ପ୍ରନସ ପାଲ ରାଧାକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବାର୍ଷିକ ଉତ୍ସବ ର ସୁଭ ଉଦଘାଟନ କରିବା ସହ ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତରେ ଉନ୍ନତି କରିବା ନିମନ୍ତେ ଦିଗଦର୍ଶନ ଦେଖାଇଥିଲେ।ସ୍କୁଲର ବାର୍ଷିକ ଉତ୍ସବରେ ୨୦୦୦ ମସିହାରେ ଉତିର୍ନ ହୋଇଥିବା ଛାତ୍ରଙ୍କ ମିଳନ ହୋଇଥିବା ବେଳେ ପୁରୁଣା ସ୍ମୃତି କୁ ସାଉଟିବା ସହ ସ୍କୁଲ ବିକାସ ଦିଗରେ ପ୍ରଧାନ ଶିକ୍ଷକଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ ମୋ ସ୍କୁଲ ଯୋଜନାରେ ୬୦ ହଜାର ୧ ଟଙ୍କା ସହାୟତା ରାଶି ସ୍କୁଲ କତୃପକ୍ଷଙ୍କୁ ପିଲାଙ୍କ ଭବିଷ୍ୟତ ଦିଗରେ ପ୍ରଦାନ କରିଥିଲେ।ସହାୟତା ନିମନ୍ତେ ନିଳାଞ୍ଚଳ ଚୌଧୁରୀ, ଗଙ୍ଗାଧର ପାଣିଗ୍ରାହୀ, ଦେବାଶିଷ ଆଚାର୍ଯ୍ଯ, ରାମ ସଂକର ପଟ୍ଟନାୟକ, ସୁଭାସିଷ ଆଚାର୍ଯ୍ଯ ପ୍ରମୁଖ ହାତ ବଢାଇଥିଲେ।ଶେଷରେ ବାର୍ଷିକ ଉତ୍ସବ ରେ ପିଲାଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।