Odia News Portal

ସାଙ୍ଗଠନିକ ସ୍ତରରେ ଅଦଳ ବଦଳ କଲା ବିଜେଡି । କିଏ ହଟିଲେ, କିଏ ଫେରିଲେ, କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ଏଥିରେ ଗଞ୍ଜାମର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଏହି କ୍ରମରେ ଦଳର ଉପସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଜ ଭାବେ ନିଯୁକ୍ତି ମିଳିଛି । ସେହିପରି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ଏହା ସହ ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦରୁ ଅବ୍ୟାହତି ଦିଆଯାଇଛି ।
ସେହିପରି ବିକ୍ରମ ପଣ୍ଡାଙ୍କୁ ଦଳର ସାଧାରଣ ସମ୍ପାଦକ ଏବଂ ସସ୍ମିତ ପାତ୍ରଙ୍କୁ ସମ୍ପାଦକ (ସଂଖ୍ୟାଲଘୁ ବ୍ୟାପାର) ଭାବେ ନିଯୁକ୍ତି ମିଳିଛି । ଅଶୋକ ବଳ, ସଂଗ୍ରାମ କେଶରୀ ପାଇକରାୟ, ପ୍ରମୋଦ ସାହୁ, ଆଶିଷ ଚକ୍ରବର୍ତ୍ତୀ, ରବି ସାମଲ, ତପନ ଦାସ ଓ ଟି.ପ୍ରସାଦ ରାଓ ଦୋରାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଏନେଇ ଦଳର ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।