Odia News Portal

୪୦ତମ ମନନ ନାଟ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ୪୦ତମ ମନନ ନାଟ୍ୟ ମହୋତ୍ସବ। ୨୨ ଜଣ କଳାକାରଙ୍କୁ ନେଇ ୪ଟି ନାଟକ ପ୍ରସ୍ତୁତ କରାଯାଇଛି। ଏନେଇ ମନନ ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନନର କର୍ମକର୍ତ୍ତା।

ଏହି ୪ଟି ନାଟକରୁ ୩ଟି ନାଟକ ପଶ୍ଚିମ ଓଡିଶାରୁ ଆସିଥିବା ବେଳେ ଗୋଟିଏ ନାଟକ ମନନ ପ୍ରସ୍ତୁତ କରିଛି।