Odia News Portal

ସାତକୋଶିଆ ଅଭୟାରଣ୍ୟରେ ପୁଣି ବୁଲିବ ‘ସୁନ୍ଦରୀ’

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’କୁ ପୁଣି ଥରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ମଧ୍ୟପ୍ରଦେଶର ବାନ୍ଧବଗଡ଼ ଠାରୁ ଆସିଥିବା ସୁନ୍ଦରୀ ବିଗତ ଦିନରେ ସାତକୋଶିଆରେ ଅସ୍ଥିର ରହିବା, ମଣିଷ ମାରିବା, ଗାଈ ଓ କୁକୁରକୁ ମାରିଥିଲା। ଏନ୍‌କ୍ଲେ୍‌ାଜରରେ ଥିବା ସୁନ୍ଦରୀକୁ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୁନ୍ଦରୀକୁ ଜଙ୍ଗଲରେ ଛାଡ଼ିବା ପାଇଁ ହାତୀ ‘ଯଶୋଦା’ର ସହାୟତା ନିଆଯିବ।ସହାୟତା ପାଇଁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ଯଶୋଦା ଯାଇଛି। ଏକ ଟ୍ରକରେ ଯଶୋଦାକୁ ସାତକୋଶିଆ ନିଆଯାଇଛି। ଅନ୍ୟ କିଛି ହାତୀ ମଧ୍ୟ ଯିବେ। ଯଶୋଦା ଉପରେ ରହି ସୁନ୍ଦରୀକୁ ନଜର ରଖାଯିବ। ମଣିଷ ଶିକାର କରିବା ପରେ ସୁନ୍ଦରୀକୁ ଏନ୍‌କ୍ଲୋଜରରେ ରଖାଯାଇଥିଲା। ଦୀର୍ଘ ୧୫ ଦିନ ଧରି ବନବିଭାଗକୁ ପାଣି ପିଆଇଥିବା ଜଙ୍ଗଲ ରାଣୀ ‘ସୁନ୍ଦରୀ’ ଶେଷରେ ଧରାପଡ଼ିଥିଲା। ବନବିଭାଗର ବିଶେଷଜ୍ଞଙ୍କ ନିଶ୍ଚେତକ ଗୁଳି(ଡାର୍ଟ)ରେ ଅଚେତ ହୋଇପଡ଼ିଥିଲା ବାଘୁଣୀ ‘ସୁନ୍ଦରୀ’ । ସାତକୋଶିଆର ମଝିପଡ଼ା ଜଙ୍ଗଲରେ ଆଜି ହାତୀ ପିଠିରୁ ବନବିଭାଗ ବାଘୁଣୀକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା।