Odia News Portal

ପଦ୍ମପୁରରେ ଭୋଟ୍ ଗ୍ରହଣ ଲାଗି ପ୍ରସ୍ତୁତି

ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୋଲିଂ ପାର୍ଟି ବୁଥକୁ ଯାଇ ସାରିଛନ୍ତି। ୧୨୭୬  ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି।  ସାଇଲେନ୍ସ ପିରିୟଡରେ ଚେକିଂ କଡ଼ାକଡି କରିବାକୁ ଜିଲ୍ଲାପାଳ ଓ ଏସପି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ସନ୍ଧ୍ୟା ସାଢେ଼ ୬ଟା ଯାଏ ଏକଜିଟ୍ ପୋଲ୍ ଉପରେ କଟକଣା ଲାଗିଛି। ମଦ ବିକ୍ରି ଉପରେ ବି କଟକଣା ଲାଗିଛି। ଇଭିଏମରେ ତ୍ରୁଟି ଥିଲେ, ନୂଆ ଇଭିଏମ ପାଇଁ ବ୍ୟବସ୍ଥା ଅଛି। ପଦ୍ମପୁରରେ ୩୧୯ଟି ସମ୍ବେଦନଶୀଳ ବୁଥ ଅଛି। ୩୦୬ ବୁଥର ନାମ ପରିବର୍ତ୍ତନ କରାଯାଇଛି।

୧୨ଟି ଡକ୍ୟୁମେଣ୍ଟ ନେଇ ଭିତରୁ ଯେ କୌଣସିଟି ନେଇ ଭୋଟ ଦେବାକୁ ଭୋଟର ଆସିପାରିବେ। ଦିବ୍ୟାଙ୍ଗ ଭୋଟର ପାଇଁ ଘରୁ ଆଣି ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା ହୋଇଛି। ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ମତଦାନ ଚାଲିବ। ୧୫ଟି ମଡେଲ ଓ ୬ଟି ପିଙ୍କ୍ ବୁଥ ହୋଇଛି। ୭୯ଟି କ୍ରିଟିକାଲ୍ ବୁଥ ଅଛି। ୧୨୦ବୁଥରେ ୱେବ୍ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି ଲାଗିଛି। ୧୪୧୩ ପୁଲିସ ନିଯୁକ୍ତ ଅଛନ୍ତି ଓ ୯ 9ଟି ଟା ସିଆରପିଏଫ୍ କମ୍ପାନି ନିଯୁକ୍ତ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।