Odia News Portal

ସମିଲିଙ୍ଗୀ ବିବାହ ପ୍ରସଙ୍ଗ : ୧୫ ଦିନ ପାଇଁ ସ୍ୱାଧର ଗୃହରେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ କରିଥିବା ଦୁଇ ଯୁବତୀଙ୍କୁ ପୁଲିସ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରି ୧୫ ଦିନ ପାଇଁ ସ୍ୱାଧର ଗୃହକୁ ପଠାଇ ଦେଇଛି। ୧୬୪ ଧାରାରେ ବୟାନ ରେକର୍ଡ ପାଇଁ କୋର୍ଟରେ ଉଭୟଙ୍କୁ ହାଜର କରିଥିଲା ପୁଲିସ।

ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ କୋର୍ଟ ସେମାନଙ୍କୁ ୧୫ଦିନ ପାଇଁ କେନ୍ଦ୍ରାପଡ଼ା ସ୍ୱାଧାର ଗୃହକୁ ପଠାଇ ଦେଇଛନ୍ତି। ସେମାନଙ୍କ ବିବାହ ଆଇନ ସମ୍ମତ ଓ ସୁରକ୍ଷା ପାଇଁ ସ୍ୱାଧାର ଗୃହକୁ ପଠାଯାଇଛି ବୋଲି ସାବିତ୍ରୀ କହିଛନ୍ତି।