Odia News Portal

ଡିସିପିଙ୍କ କୋର୍ଟରେ ହାଜର ହେବେ ଇତିଶ !

ଭୁବନେଶ୍ୱର: ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ନାଁରେ ଲାଗିଲା ୧୧୦ ଦଫା । ଅଭ୍ୟାସଗତ ଅପରାଧିକ କାର୍ଯ୍ୟ ପାଇଁ ଲାଗିଲା ୧୧୦ ଦଫା । ଜାଣିଶୁଣି ଅପରାଧିକ କାର୍ଯ୍ୟ ବାରମ୍ବର କରୁଥିବା ବ୍ୟକ୍ତିଙ୍କୁ ଆଇପିସିର ଦଫା ୧୧୦ ଆନୁସାରେ ଦଣ୍ଡିତ କରିବାର ପ୍ରବଧାନ ରହିଛି ।  ଡିସିପିଙ୍କ କୋର୍ଟରେ ଇତିଶଙ୍କୁ ହାଜର କରିବ ପୋଲିସ । ଇତିଶଙ୍କ ନାଁ ପୂର୍ବରୁ ଏକାଧିକ ମାମଲା ଥିବା ସୂଚନା ।

ସୂଚନାଯୋଗ୍ୟ ଯେ କିଛି  ଦିନ ତଳେ ଗୋଲଡେନ ବାବା ସହ ବିଜେଡିର ସମ୍ପୃକ୍ତି ଅଭିଯୋଗ ଆଣି ଛାତ୍ର କଂଗ୍ରେସ ଆନ୍ଦୋଳନ କରିଥିଲା । ନବୀନ ନିବାସ ଘେରାଉ ଉଦ୍ୟମ କରିବା ବେଳେ ପୋଲିସକୁ ଅଣ୍ଡା ଓ ଟମାଟ ମାଡ ହୋଇଥିଲା । ନବୀନ ନିବାସ ଯିବା ସମୟରେ ଶିଶୁ ଭବନ ପାଖରେ ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଆନ୍ଦୋଳନ ହୋଇଥିଲା । ପୋଲିସ ଆନ୍ଦୋଳନ ଛାତ୍ରଙ୍କୁ ଗିରଫ କରିଥିଲା  । ଏଥିରେ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କୁ ଗିରଫ କରାଯାଇଥିଲା ।