Odia News Portal

୩୪ ସେବାୟତଙ୍କୁ ମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ

ପୁରୀ: ଶ୍ରୀମନ୍ଦିର ଦ୍ୱାର ଫିଟାରେ ବିଳମ୍ବ ଓ ନୀତି ବିଭ୍ରାଟ ନେଇ କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ। ୩୪ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ମନ୍ଦିର ପ୍ରଶାସନ। ଆଗାମୀ ୭ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ହୋଇଛି। ସେମାନଙ୍କ ବିରୋଧରେ କାହିଁକି କାର‌୍ୟ୍ୟାନୁଷ୍ଠାନ ହେବ ନାହିଁ ବୋଲି ଲିଖିତ ଆକାରରେ ଜଣାଇବାକୁ କହିଛି। ଡିସେମ୍ବର ୨୭ତାରିଖରେ କିଛି ଭକ୍ତଙ୍କ ପ୍ରବେଶକୁ ନେଇ ଭିତରଚ୍ଛ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାକୁ କେନ୍ଦ୍ର କରି ଡିସେମ୍ବର ୨୮ରେ ଭିତରଚ୍ଛଙ୍କ ସହ ସମସ୍ତ ସେବାୟତ ଆନ୍ଦୋଳନକୁ ଓହ୍ଲାଇଥିଲେ। ମହାପ୍ରଭୁଙ୍କ ଦ୍ୱାରଫିଟା ଠାରୁ ଆରମ୍ଭ କରି ସମସ୍ତ ନୀତିକାନ୍ତି ବନ୍ଦ କରିଦେଇଥିଲେ। ଫଳରେ ମହାପ୍ରଭୁ ୧୪ଘଣ୍ଟା ଧରି ଅଖିଆ ଅପିଆ ରହିଥିଲେ। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।