କଟକ : ୭୧ ତମ ରାଜ୍ୟସ୍ଥରୀୟ ପୋଲିସ କ୍ରୀଡା ପ୍ରତିଯୋଗିତା ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ବକ୍ସିବଜାର ସ୍ଥିତ ରିଜର୍ଭ ପଡିଆ ଠାରେ ରାଜ୍ୟ ଅପରାଧ ଶାଖା ଓ ଅନୁସନ୍ଧାନ ଶାଖାର ଅତିରିକ୍ତ ମହା ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଙ୍କର ଦ୍ୱାରା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଛି। ଆୟୋଜିତ ଏକ ଚିତାକର୍ଷକ ମାର୍ଚ୍ଚପାସ୍ଟରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ।
ଜିଲ୍ଲା ମାନଙ୍କରୁ ୩୧ ଟି ଦଳ, ବାଟାଲିୟନ ରୁ ୧୮ ଟି ଦଳ ଓ କମିଶନରେଟ ପୋଲିସ ର ୨ ଟି ଦଳ କୁ ମିଶେଇ ସର୍ବମୋଟ ୫୩ ଟି ଦଳରୁ ମୋଟ ୯୯୯ ଜଣ ଅଂଶଗ୍ରହଣ କରିଛନ୍ତି।ପୁରୁଷଙ୍କର ପାଇଁ ୨୩ ଟି ବିଭାଗ ଓ ମହିଳାଙ୍କ ପାଇଁ ୧୨ ଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହେବ।
ଏହି ପ୍ରତିଯୋଗିତା ଜାନୁଆରୀ ୧୯ ତାରିଖ ଦିନ ଉଦଯାପିତ ହେବ।
