ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ୬୧ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳା। ପୋଲିସ ଜିଡି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କର୍ମଶାଳାକୁ ଉଦଘାଟନ କରିବେ। ଏଥିରେ ସବୁ ଜିଲ୍ଲାର ଏସପି, ଡିସିପି, ସମସ୍ତ ପୋଲିସ ବାଟାଲିୟନର କମାଣ୍ଡର, ରେଞ୍ଜ ଆଇଜି, ଡିଆଇଜି, ଅଣ୍ଡର ଟ୍ରେନିଂ ଅଫିସରଙ୍କ ସହ ପୋଲିସ ପ୍ରତିଷ୍ଠାନର ସମସ୍ତ ଅଧିକାରୀ ଯୋଗ ଦେବେ। ଭୁବନେଶ୍ୱର ପୋଲିସ ଭବନରେ ୩ଦିନ ଧରି ଚାଲିବାକୁ ଥିବା ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଏହି କର୍ମଶାଳାରେ ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ବିଭିନ୍ନ କାର୍ୟ୍ୟକ୍ରମରେ ପୋଲିସ ଭୂମିକା ସଂପର୍କରେ ଆଲୋଚନା ହେବ।
