Odia News Portal

ଉଦଘାଟିତ ହେଲା ‘ଓରାୟନ କ୍ରୀଡା ମହୋତ୍ସବ-୨୦୧୯

ଭୁବନେଶ୍ବର: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ନିଜସ୍ଵ ଖେଳାପଡ଼ିଆ ଠାରେ ଓରାୟନ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି।ଏହି ମହୋତ୍ସବ ରେ ଅନେକ କ୍ରୀଡା ଯେପରି କି ଭଳିବଲ, ବାସ୍କେଟ ବଲ, ଟେବୁଲ ଟେନିସ, କ୍ରିକେଟ ଏବଂ ଫୁଟ ସାଲ ଭଳି ଅନେକ ଆନ୍ତବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଅଛି। ଏହି ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟ ରୁ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ନନ୍ଦଲାଲ, କୂଳସଚିବ କମୋଡ଼ର ଘନଶ୍ୟାମ ଓଝା, ଛାତ୍ର ବ୍ୟବସ୍ଥା ନିର୍ଦ୍ଦେଶକ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ଏବଂ କାର୍ମିକ ନିର୍ଦେଶକ ନରେନ୍ଦ୍ର ଲାମ୍ବା ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ବେଦ ପଣ୍ଡିତ ଙ୍କ ପବିତ୍ର ବେଦଧ୍ୱନି ର ସହିତ ଆରମ୍ଭ ହୋଇଥିଲା। ଏହା ପରେ ଛାତ୍ର ବ୍ୟବସ୍ଥା ନିର୍ଦ୍ଦେଶକ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ଓରାୟନ କ୍ରୀଡା ମହୋତ୍ସବ ବିଷୟ ରେ ସମ୍ୟକ ସୂଚନା ଦେବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।
ଏହା ପରେ କ୍ରୀଡା ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ କ୍ରୀଡା ମଶାଲ ପ୍ରଜ୍ଵଳିତ କରି ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ବେହେରା ନିଜର ବକ୍ତବ୍ୟ ମାଧ୍ୟମରେ ରେ ଉପସ୍ଥିତ ପ୍ରତିଯୋଗୀ ମାନଙ୍କର ମନୋବଳ ବୃଦ୍ଧି କରିବା ସହ ସୁସ୍ଥ କ୍ରୀଡା ଏବଂ ସଚୋଟ କ୍ରୀଡ଼ାବିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ନନ୍ଦଲାଲ ଭାରତୀୟ କ୍ରୀଡ଼ାର ଇତିହାସ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିବା ସହ କିପରି ଏକ ସଫଳ କ୍ରୀଡ଼ାବିତ ନିଜର ଦେଶ କୁ ଗର୍ବିତ ଅନୁଭବ କରାଇପାରେ ସେ ବିଷୟ ରେ ନିଜର ବହୁମୂଲ୍ୟ ମନ୍ତବ୍ୟ ଦେଇଥିଲେ। କାର୍ମିକ ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା କହିଥିଲେ ଯେ ବୟସ କେବେ ମଧ୍ୟ କ୍ରୀଡା ଖେଳିବା ପାଇଁ ବାଧକ ସାଜିପାରେ ନାହିଁ।ଯେଉଁମାନେ କ୍ରୀଡା ତ୍ୟାଗ କରୁଛନ୍ତି ସେମାନଙ୍କୁ ବୁଝିଯିବା କୁ ପଡିବ ଯେ ତାଙ୍କର ବାର୍ଦ୍ଧକ୍ୟ ଆସିଯାଇଛି। ଏହି ଅବସର ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ମାର୍ଶାଲାଟ ଖେଳାଳି ମାନେ ନିଜର କୌଶଳ ପ୍ରଦର୍ଶନ କରିଥିଲେ। ପରିଶେଷ ରେ କୂଳସଚିବ କମୋଡ଼ର ଘନଶ୍ୟାମ ଓଝା ଓରାୟନ ର ସମସ୍ତ ସଂଚାଳନ ସମିତି କୁ ଶୁଭକାମନା ଦେବସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।