Odia News Portal

୫ଜଣ ଜୁଆଡ଼ି ସହିତ ୧୫ଟି ଗାଡି ଓ ୧ଲକ୍ଷ୍ୟ ୮୪ ହାଜର ଟଙ୍କା ଜବତ

ଅନୁଗୋଳ: ରାତିରେ ତାଳଚେର ପୋଲିସ ସେଣ୍ଟ୍ରାଲ କଲୋନୀ ନିକଟ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଛି। ଖବରରୁ ପ୍ରକାଶ ତାଳଚେର ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଣ୍ଟ୍ରାଲ କଲୋନୀ ଜଙ୍ଗଲ ରେ ଆତର୍କିତ ଚଢ଼ାଉ କରି ଜୁଆ ଖେଳୁଥିବା ଅବସ୍ଥାରେ ୫ ଜଣ ଜୁଆଡ଼ି, ୧୫ ଖଣ୍ଡ ମୋଟର ସାଇକେଲ ଓ ୧ଲକ୍ଷ୍ୟ ୮୪ ହାଜର ଟଙ୍କା ଜବତ କରିଛି ।

ପ୍ରାୟ ୨୫ଜଣ ଜୁଆଡ଼ି ଜୁଆ ଖେଳୁଥିବା ପୋଲିସି ସଂଦେହ କରୁଛି ।ପୋଲିସ ପହଞ୍ଚିବା ଦେଖି ଅନ୍ୟମାନେ ପଳାଇଥିଲେ ଓ ସେଥି ମଧ୍ୟରୁ ୫ଜଣଙ୍କୁ ପୋଲିସ ଗିରଫ କରିଛି ଓ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି କୋଳିଏରୀ ଥାନାରେ ଅତିରିକ୍ତ ଦାଇତ୍ୱ ରେ ଥିବା ସଦର ଥାନା ଅଧିକାରୀ ସୌଭାଗ୍ୟ ସ୍ବାଇଁ ସୂଚନା ଦେଇଛନ୍ତି ।