ପୁରୀ: ଓଡ଼ିଶା ଶ୍ରୀ ହୋଇଛନ୍ତି ପୁରୀର ସୁପ୍ରତିଭ ଖୁଣ୍ଟିଆ । ଗତ ୧୩ରେ ବଲାଙ୍ଗୀର କୋଶଳ କଳା ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡିଶା ଶ୍ରୀ ପ୍ରତିଯୋଗିତାରେ ଓଡିଶା ଶ୍ରୀ ହୋଇଛନ୍ତି ସୁପ୍ରତିଭ । ପୁରୀ ଜିଲ୍ଲା ଆମେଚର ବଡ଼ି ବିଲଡର୍ସ ଆସୋସିଏସନ୍ ପକ୍ଷରୁ ବ୍ୟାୟାମ ଭବନରେ ଆୟୋଜିତ ଉତ୍ସବରେ ସୁପ୍ରତିଭଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୧୯୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ନିଜସ୍ୱ ଓଜନ ବର୍ଗରେ ସୁପ୍ରତିଭ ସ୍ୱର୍ଣ୍ଣ ପଦକ ଜିତିବା ସହ ଆଗାମୀ ଦିନରେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି।