Odia News Portal

ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ପଦରୁ ଇସ୍ତପା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ପଦରୁ ଇସ୍ତପା ଦେଲେ ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା । ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିକୁ ନିଜର ପୈତୃକ ସଂପତ୍ତି ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୪ ତାରିଖ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଗ୍ରସ୍ତକୁ ବିରୋଧ କରିବେ ବୋଲି କହିଛନ୍ତି । ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ କର୍କଟ ହସପିଟାଲ ତିଆରି ପାଇଁ ଶୁଭାରମ୍ଭ କରିବାର ଯୋଜନାକୁ ବିରୋଧ କରିବାକୁ କହିଛନ୍ତି ।ଗତ ସେପ୍ଟେମ୍ବର ମାସରୁ ହାଇକୋର୍ଟ କର୍କଟ ହସପିଟାଲ ନିର୍ମାଣ ପାଇଁ ରହିତାଦେଶ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କିପରି ଶିଳାନ୍ୟାସ କରିବେ ପ୍ରଶ୍ନ କରିଛନ୍ତି ରାଧାରାଣୀ ପଣ୍ଡା ।ଏହା ହାଇକୋର୍ଟର ଅବମାନନା ବୋଲି କହିଛନ୍ତି ।