Odia News Portal

ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ । ଜୟପୁର ଏନ୍‌ଏଚ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ଠାରୁ ବେଆଇନ୍‌ ଭାବେ ୩ ଲକ୍ଷ ୮୯ ହଜାର ୧୭୫ ଟଙ୍କା ଜବତ ହୋଇଛି । ଯାହାର ସେ ହିସାବ ଦେଇ ପାରି ନଥିଲେ । ଆଠ ନମ୍ବର ଡିଏଭି ସ୍କୁଲ ପାଖରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ । ଏହା ପରେ ତାଙ୍କ ଭୁବନେଶ୍ୱର ନୀଳକଣ୍ଠ ନଗର ସ୍ଥିତ କ୍ରିଷ୍ଣା ରେସିଡେନସୀ ବାସଭବନ ଉପରେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଛନ୍ତି । ସେପଟେ କୋରାପୁଟ ଡିଭିଜନ୍‌ ଅଧିକାରୀ ଜୟପୁର ସ୍ଥିତ ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି ।