ଭୁବନେଶ୍ବର : ଆକ୍ସନ ମୁଡରେ କଂଗ୍ରେସ । ନବ ଦାସ ଓ ଯୋଗେଶ ସିଂଙ୍କ ନିଲମ୍ବନ ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଓ ପ୍ରଦେଶ କଂଗ୍ରେସ କମିଟି ପଦାଧିକାରୀଙ୍କ ବିରୋଧରେ ଟିପ୍ପଣୀ ଦେବା, ଦଳର କ୍ଷତି ପାଇଁ ଗଣମାଧ୍ୟମରେ ବୟାନବାଜି କରିବା ଅଭିଯୋଗରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି। ଏଆଇସିସି ନିଷ୍ପତ୍ତି ଓ ନିର୍ଦ୍ଦେଶରେ ଉଭୟ ନେତା ବହିଷ୍କୃତ ହୋଇଛନ୍ତି। ଏ ନେଇ ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି । ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।