Odia News Portal

ଜେଇଇ ମେନ୍ ପରୀକ୍ଷାଫଳ : ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଛାତ୍ର ଶିବାଶିଷ ଟପର୍

ଭୁବନେଶ୍ବର : ‌ନେସନାଲ୍ ଟେଷ୍ଟ୍ ଏଜେନ୍ସି ପକ୍ଷରୁ ଚଳିତବର୍ଷ ଜାନୁଆରି ୮ରୁ ୧୨ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସାରା ଦେଶରୁ ୮ଲକ୍ଷ ୭୪ହଜାର ୪୬୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡ଼ିଶାରୁ ପ୍ରାୟ ୪୦ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ରୢାଙ୍କ ମିଳିଥିବା ବେଳେ ଭୋପାଳର ଧ୍ରୁବ ଆରୋରା ସବୁ ବିଷୟରେ ଶତପ୍ରତିଶତ ମାର୍କ ରଖି ସର୍ବଭାରତୀୟ ସ୍ତରରେ ଟପର୍ ହୋଇଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଛାତ୍ର ଶିବାଶିଷ ନାୟକ ୯୯.୯୮% ମାର୍କ ରଖି ଓଡ଼ିଶା ଟପର୍ ‌ହୋଇଥିବା ଜଣାପଡ଼ିଛି। ମାନବ ସମ୍ବଳ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯା‌ୟୀ, ଚଳିତବର୍ଷ ୧୫ଜଣ ଛାତ୍ର ଶତ ପ୍ରତିଶତ ମାର୍କ ରଖିଛନ୍ତି। ମହାରାଷ୍ଟ୍ରର ରାଜ ଆର୍ଯ୍ୟନ ଅଗ୍ରୱାଲ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଟପ୍ ୧୫ମଧ୍ୟରେ ତେଲେଙ୍ଗାନାର ୪ଜଣ ଛାତ୍ର ଅଛନ୍ତି।