Odia News Portal

ଏମ୍ସ ଛାତରୁ ଡେଇଁ ଯୁବତଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସ ଛାତରୁ ଡେଇଁ ଯୁବତଙ୍କ ଆତ୍ମହତ୍ୟା । ମୃତ ଯୁବକ ଖୋର୍ଦ୍ଧା ଜକରା ଗାଁର ସତ୍ୟଜିତ ମହାନ୍ତି ବୋଲି ଜଣାପଡିଛି । ୨ ଦିନ ପୂର୍ବରୁ ସେ ପାରିବାରିକ ଗଣ୍ଡଗୋଳ ଯୋଗୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଏମ୍ସରେ ଭର୍ତ୍ତି କରିଥିଲେ । ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ଏମ୍ସ ୬ ମହଲା ଛାତ ଝରକାରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ରାତି ପ୍ରାୟ ୧୨ଟାରୁ ଗୋଟାଏ ଭିତରେ ଏ ଘଟଣା ଘଟିଛି । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ସେ ଝରକାରୁ କେମିତି କାଚ ଭାଙ୍ଗି ପଡିଲେ ତାହା ସ୍ପଷ୍ଟ ହୋଇନାହିଁ । ଏପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।