ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଜଣେ ଯୁବତୀଙ୍କୁ ହତ୍ୟା କଲେ ଆଉ ଜଣେ ଯୁବତୀ । ଏଭଳି ଏକ ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି ଗୌରୀନଗର ଅଂଚଳରେ ।
ସୂଚନାମୁତାବକ, ଗୌରୀନଗର ଲେନ୍-୫ ଅଂଚଳରେ ଦୁଇଜଣ ଯୁବତୀ ଭଡାଘରେ ଦୀର୍ଘ ବର୍ଷ ଧରି ଏକାଠି ରହୁଥିଲେ । କିନ୍ତୁ କାଲି ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଅନ୍ୟ ଜଣଙ୍କୁ ଛୁରିଭୁସି ହତ୍ୟା କରିଥିଲେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।