ଭୁବନେଶ୍ୱର : ଆସନ୍ତା ୨୩ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ । ଅଷ୍ଟ୍ରେଲିଆକୁ ପ୍ରଥମଥର ଅଷ୍ଟ୍ରେଲିଆରେ ହରାଇ ୨-୧ରେ ସିରିଜ୍ ଜିତିବା ପରେ ଏବେ ବିରାଟ ବାହିନୀର ଲକ୍ଷ୍ୟ ‘କ୍ୱିଓ୍ଵି’ ଦଳକୁ ତାରି ମାଟିରେ ହରାଇବା । କାରଣ ଆଗକୁ ବିଶ୍ୱ କପ୍ ଥିବାରୁ ଏଭଳି ବଡ଼ ବିଜୟ ଦଳକୁ ଟାଇଟଲ୍ ଦୌଡ଼ରେ ସବା ଆଗରେ ରଖିବ ।