Odia News Portal

ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଳା ତାଲପଟିଆ ପଞ୍ଚାୟତକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳା । ତାଲପଟିଆ ସମର୍ଥା ମହିଳା ମଣ୍ଡଳ ପକ୍ଷରୁ ବେଆଇନ ମଦ ବିକ୍ରିକୁ ରୋକ ଲଗାଇବା ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି । ବିଭିନ୍ନ ଘର, ହୋଟେଲ ଏବଂ ଢାବାରେ ଚଢଉ କରି ଏକ କ୍ୱିଣ୍ଟାଲ ଦେଶୀ ମଦ ସହ ୭୦ ବୋତଲ ବିଦେଶି ମଦ ଜବତ କରି ତାଲପଟିଆ ଫାଣ୍ଡିରେ ଜିମା ଦେଇଛନ୍ତି । ମହିଳାମାନେ ମଦ ବନ୍ଦ ସ୍ଲୋଗାନ ଦେଇ ବିଭିନ୍ନ ସ୍ଥାନରେ ପାମ୍ଲେଟ ଲଗାଇଥିଲେ । ମଦ ବିରୋଧି ଆନ୍ଦୋଳନକୁ ସଫଳ କରିବା ପାଇଁ ସ୍ଥାନୀୟ ପୋଲିସ ତାଙ୍କୁ ସହଯୋଗ କରିବ ବୋଲି ଥାନା ଅଧିକାରୀ କହିଥିଲେ ।