Odia News Portal

କଣ୍ଡିରା ଗାଁରେ ଫୁଟିଲା ଗୁଳି ! ଘରୁ ଡାକିନେଇ ହତ୍ୟା

ଦିନ ଦ୍ବିପ୍ରହରରେ ଲୋକଙ୍କ ଆଗରେ ଗୁଳି କରି ହତ୍ୟା । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଣ୍ଡିରା ହରିଜନପଡାରେ ଘଟିଛି ଗୁଳିକାଣ୍ଡ । ମୃତକ ହେଲେ କଣ୍ଡିରା ହରିଜନପଡାର ଟୁବୁଲା ସେଠୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଣ୍ଡିରା ହରିଜନପଡାର ଟୁବୁଲା ସେଠୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି ।

୪ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ତାଙ୍କ ଘର ପାଖରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ଟୁବୁଲା । ଗୁଳି କରି ଖସି ଯାଉଥିବା ବେଳେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣକୁ କାବୁ କରଛନ୍ତି ଗ୍ରାମବାସୀ । ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟୁବୁଲାଙ୍କ ମୃତଦେହ ଜବତ କରି ମେଡିକାଲକୁ ପଠାଇଛି ।