ଆଜି ଭୋରରୁ ବାଲେଶ୍ୱର ଜଳେଶ୍ୱର ଅଂଚଳରେ ଅବକାରୀ ବିଭାଗ ଚଢଉ କରି ୨୩ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଝାଡେଶ୍ୱରପୁର ବସ୍ତିରେ ଅବକାରୀ ବିଭାଗ ଚଢଉ କରି ବ୍ରାଉନସୁଗାର ଜବତ କରିବା ସହ କାରବାର କରୁଥିବା ଜଣେ ପଶ୍ଟିମବଙ୍ଗର ଯୁବକ ଅନୀଲ କଟିସଙ୍କୁ ଗିରଫ କରିଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି । ଏଠାରେ ପଶ୍ଟିମବଙ୍ଗରୁ ବ୍ରାଉନସୁଗାର ଆଣି ବିକ୍ରି କରୁଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ମଧ୍ୟ ଏହି ଅଂଚଳରୁ ଅବକାରୀ ବିଭାଗ ବ୍ରାଉନସୁଗାର ଜବତ କରିଥିଲା ।
ପଶ୍ଟିମବଙ୍ଗର ନିକଟବର୍ତି ଅଂଚଳ ହୋଇଥିବାରୁ ବାଲେଶ୍ୱରକୁ ବ୍ରାଉନସୁଗାର ଚାଲାଣ ହେବା ସୁବିଧାଜନକ ହୋଇପଡିଛି । ବାଲେଶ୍ୱରକୁ ବ୍ରାଉନସୁଗାର ଅଣାଯାଇ ଅନ୍ୟ ସ୍ଥାନକୁ ଚାଲାଣ କରାଯାଇଛି । ତେବେ ଏହି କାରବାରରେ ସଂପୃକ୍ତ ଥିବା ମାଷ୍ଟର ମାଇଣ୍ଡକୁ ନ ଧରିବା ଯାଏଁ କାରବାର ବନ୍ଦ ହେବା କଷ୍ଟସାଧ୍ୟ ହେବା ନେଇ ପୋଲିସ ସୂଚନା ଦେଇଛି