Odia News Portal

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଭୁବନେଶ୍ବର : ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧ । ଭୁବନେଶ୍ୱରରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ । ଦିନ ୧୦ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାହୁଲ । ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ପରେ ଭୁବନେଶ୍ୱର ତମାଣ୍ଡୋରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବେ । କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ବାରିପଦା ସମାବେଶରେ ରାଫେଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ ମୋଦି ।

ପରିବର୍ତ୍ତନ ସଂକଳ୍ପ ସମାବେଶରେ ମୋଦିଙ୍କୁ ଜବାବ ଦେଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ । ସମାବେଶ ପରେ ଅପରାହ୍‌ଣରେ ରାଜ୍ୟ କଂଗ୍ରେସ ଭବନରେ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିବାର କାର‌୍ୟ୍ୟକ୍ରମ ରହିଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ କଂଗ୍ରେସ । କ’ଣ ରହିବ ରାହୁଲଙ୍କ ପରିବର୍ତ୍ତନର ବାର୍ତ୍ତା । ରାଜ୍ୟ ସରକାର ଉପରେ ବର୍ଷିବେ ନା ମୋଦିଙ୍କ ପରି ନରମ ମନୋଭାବ ପୋଷଣ କରିବେ ତା ଉପରେ ରହିଛି ନଜର ।